logo

ରାସ୍ତା ନାହିଁ ତ ଭୋଟ ନାହିଁ,ନିର୍ବାଚନ ପୂର୍ବରୁ ଅଞ୍ଚଳବାସୀଙ୍କ ଭୋଟ ବର୍ଜନ ଚେତାବନୀ l

ଲାଞ୍ଜିଗଡ଼,(AIMA): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ସ୍ୱତ୍ୱେ ମଧ୍ୟ ଏବେବି ଆଦିବାସୀ ଅଦ୍ୟଷିତ ଉପାନ୍ତ ଅଞ୍ଚଳରେ ଅନେକ ଗୁଡ଼ି ଗାଁ ରହିଛି ଯାହାକି ମାଟି ରାସ୍ତା ଖଣ୍ଡିଏ ମଧ୍ୟ୍ୟ ପହଞ୍ଚି ପାରିନାହିଁ l ତେବେ ସରକାରଙ୍କ ମାଳମାଳ ଯୋଜନା କାହାପାଇଁ ଲୋକଙ୍କ ପାଖକୁ ପହଞ୍ଚି ପାରୁନି ମାଳମାଳ ଯୋଜନା ହେଲେ ଏପଟେ ଉଭୟ ସରକାର ବିକାଶର ଡିମଡିମ ପିଟୁଥିବା ବେଳେ ଆଞ୍ଚଳରେ ବିକାଶ ଶୂନ l ଫଳରେ ଅଞ୍ଚଳରେ ଅସନ୍ତୋଷ ଦେଖା ଯିବା ସହ ସାଧାରଣ ନିର୍ବାଚନକୁ ନେଇଁ ଏବେ ଠାରୁ ରାସ୍ତା ନାଇଁ ତୋ ଭୋଟ ନାଇଁ ନାରା ଶୁଭିଲାଣି l ରାସ୍ତା ପାଇଁ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କଲା ପରେ ମଧ୍ୟ୍ୟ ଏବେ ଯାଏଁ କୌଣସି ସୁଫଳ ମିଳି ନାହିଁ l ତେବେ ସାଧାରଣ ନିର୍ବାଚନ ପୂର୍ବରୁ ନେତାଙ୍କ ପାଇଁ ସତର୍କ ଘଣ୍ଟି ବଜେଇଲେଣି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଖବାହାଳି ପଞ୍ଚାୟତ ଆଦିବାସୀ ଅଦ୍ୟୁଷିତ ଅଞ୍ଚଳ ବାରୀଗୁଡା ସମେତ ୫ ଖଣ୍ଡ ଗ୍ରାମ ଭୋଟର l ଏହି ଅଞ୍ଚଳର ମୁଖ୍ୟ ସମସ୍ୟା ରାସ୍ତା, ରାସ୍ତା ପାଇଁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ୍ୟ ଏବେ ଯାଏଁ ଭଲ ମାଟି ରାସ୍ତା ଟିଏ ମଧ୍ୟ୍ୟ ନିର୍ମାଣ ହୋଇ ପାରିନାହିଁ l ଫଳରେ ଏହି ରାସ୍ତା ସମସ୍ୟାକୁ ନେଇଁ ସୋମବାର ବାରୀଗୁଡା ଆମ୍ବ ତଟା ଠାରେ ୫ଟି ଗାଁର ଶତାଧିକ ମହିଳା ଓ ପୁରୁଷ ଭୋଟର ଏକତ୍ରିତ ହୋଇ ଭୋଟ ବର୍ଜନ ପାଇଁ ନିଷ୍ପତି ନେଇଛନ୍ତି ଓ ରାସ୍ତା ନାଇଁ ତୋ ଭୋଟ ନାଇଁ ପ୍ରଥମେ ରାସ୍ତା ନିର୍ମାଣ କର ପରେ ଭୋଟ ମାଗ ନଚେତ କୌଣସି ରାଜ ନେତାଙ୍କୁ ବାରୀଗୁଡା ଗାଁ ତଥା ୫ ଖଣ୍ଡ ଗାଁକୁ ପୁରେଇ ଦେବୁ ନାଇଁ ବୋଲି ବୈଠକରେ ନିଷ୍ପତି ନେଇଛନ୍ତି ଅଞ୍ଚଳ ବାସି l ବାରିଗୁଡା ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ମାତ୍ର ୨ କିଲୋମିଟର ସ୍ୱତଃ ମଧ୍ୟ୍ୟ ପଞ୍ଚାୟତ କତୃପକ୍ଷଙ୍କ ପଡୁନି ନଜର ଯାହା ଫଳରେ ପକା ରାସ୍ତା ତୋ ଦୂରର କଥା କଚା ରାସ୍ତା ଟିଏ ମଧ୍ୟ୍ୟ ଠିକ ଭାବରେ ହୋଇ ପାରିନାଇଁ l ତେବେ ବାରୀଗୁଡା, ପଣସ ଗୁଡା, ସରଗୁଡା, ପଟାଙ୍ଗ ପଦର, ସାନଖାଳଗୁଡା, ସିରକିଝୋଲା ସମେତ ଥୁଆନାଲ ଗାଁ ଲୋକେଙ୍କୁ ଯାତାୟତରେ ଅନେକ ସମସ୍ୟା ଭୋଗିବାକୁ ପଡୁଛି l ଏହି ୫ ଖଣ୍ଡ ଗାଁ ଲୋକଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ କୁ ଯିବାକୁ ହେଲେ କେବଳ ପାଦଚଲା ରାସ୍ତା ହିଁ ଏକ ମାତ୍ର ବିକଳ୍ପ ରହିଥିବା ବେଳେ ଗର୍ଭବତୀ ବା ଗୁରୁତ୍ୱର ରୋଗୀଙ୍କୁ ଖଟିଆରେ ୫ କିଲୋମିଟର ମୁଖ୍ୟ ରାସ୍ତା ଲାଖବାହାଳି କୁ କାନ୍ଦରେ ବୋଇକି ନେବାକୁ ପଡୁଛି l କିନ୍ତୁ ଏବେ ଯାଏଁ ସରକାରଙ୍କ ନଜର ପଡୁ ନ ଥିବାରୁ ଅଞ୍ଚଳ ବାସି ଏବେ ଠାରୁ ଭୋଟ ବର୍ଜନ ପାଇଁ ପ୍ରସ୍ତୁତ ହେଲେଣି ଓ ଚଳିତ ମାସ ୩୦ ତାରିଖ ସୁଦ୍ଧା ଆମ ଅଞ୍ଚଳର ସମସ୍ୟା ସମାଧାନ କରା ନ'ଯାଏ ତାହାହେଲେ ବିଜେପୁର ବିଶ୍ୱନାଥପୁର ସଂଯୋଜନା କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବୁ ବୋଲି ଅଞ୍ଚଳ ବାସି ନିଷ୍ପତି ନେଇଛନ୍ତି l ତେବେ ସତରେ କ'ଣ ଅଞ୍ଚଳ ବାସୀଙ୍କ ଭୋଟ ବର୍ଜନ ନିଷ୍ପତି ନିର୍ବାଚିତ ପ୍ରାର୍ଥୀଙ୍କ ପାଇଁ ଅଡୁଆ ହୋଇପାରେକି ବୋଲି ଏବେ ଆଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି l

38
6903 views